ମେଡିକାଲ କର୍ମଚାରୀ ସଙ୍ଘର ନିର୍ବାଚନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଓଡିଶା ମେଡିକାଲ କର୍ମଚାରୀ ସଙ୍ଘ ଝାରସୁଗୁଡ଼ା ଶାଖାର ଏକ ବୈଠକ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଓଡିଶା ମେଡିକାଲ କର୍ମଚାରୀ ସଙ୍ଘର ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ଉପସଭାପତି ଗୋକୁଳ ନେହେର, ସାକିର ଖାନ ଯୋଗଦେଇ ନିର୍ବାଚନ କରାଇଥିଲେ। ଏହି ନିର୍ବାଚନରେ ଝାରସୁଗୁଡା ଜିଲ୍ଲା ମେଡିକାଲ କର୍ମଚାରୀ ସଙ୍ଘର ସମ୍ପାଦକ ଭବେ ଦେବାନନ୍ଦ ବାରିକ, ଯୁଗ୍ମ ସମ୍ପାଦକ ସୁରେଶ ପାତ୍ର, ଯୁଗ୍ମ ସମ୍ପାଦକ ଇନ୍ଦ୍ରା ତନ୍ତୀ, କୋଷାଧ୍ୟକ୍ଷ ଭାବେ ପରମେଶ୍ୱର ଖଣ୍ଡା ନିର୍ବାଚିତ ହୋଇଛନ୍ତି। ଏହାସହ ଓଡିଶା ମେଡିକାଲ କର୍ମଚାରୀ ସଙ୍ଘର ସଭାପତି କୃଷ୍ଣଚନ୍ଦ୍ର ପାତ୍ର ଓ ସଦସ୍ୟମାନେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ। ବିଶେଷ କରି ଶ୍ରୀ ପାତ୍ର ଠିକା ବ୍ୟବସ୍ଥା ଉଚ୍ଛେଦ ଓ ପ୍ରତ୍ୟେକ ମାସ ୫ରୁ ୧୦ ତାରିଖ ମଧ୍ୟରେ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ।