ମେହେନ୍ଦି ରାଜାଙ୍କ ଗିରଫ ଦାବିରେ ଜିଲ୍ଲା ବିଜେପିର ରାଲି

ଝାରସୁଗୁଡା, ଏନ୍ଏନ୍ଏସ୍: ଝାରସୁଗୁଡାର ଓକିଲ ମେହେନ୍ଦି ରାଜାଙ୍କ ଗିରଫ ଦାବିରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଝାରସୁଗୁଡା ‘ଥାନା ଚାଲ’ ରାଲି କରାଯାଇଛି । ଝାରସୁଗୁଡା ବିଜେପିର କାର୍ଯ୍ୟକର୍ତ୍ତା ମେହେନ୍ଦୀ ରାଜାଙ୍କ ଗିରଫ ଦାବିକରି ଥାନା ଅଧିକରୀ ସାବିତ୍ରୀ ବାଲାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଜେପି ପକ୍ଷରୁ କୁହାଯାଇଛି ଯେ, ମେହନ୍ଦୀ ରାଜା କଙ୍ଗନା ରଣାୱତଙ୍କୁ ସୋସିଆଲ ମିଡ଼ିଆରେ ଅସଭ୍ୟ ଭାଷା କହିବା ସହ ସହର ମଝିରେ ଦୁଷ୍କର୍ମ କରିବେ ବୋଲି କହିଥିଲେ । ଦେଶର ଜଣେ ଝିଅକୁ ଏମିତି ଖରାପ ବ୍ୟବହାର କରିଥିବା ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରା ଯାଇଥିଲେ ମଧ୍ୟ ତାକୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ବିଜେପି ପ୍ରଶ୍ନ କରିଛି । ଏହାସହ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯାଇ ଉପଯୁକ୍ତ ଦଣ୍ଡ ଦିଆନଗଲେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଦିନେଶ ଜେନା କହିଛନ୍ତି।