ବର୍ଷା ପ୍ରଭାବିତଙ୍କୁ ବିଜେପି ପକ୍ଷରୁ ସହାୟତା ପ୍ରଦାନ

ଝାରସୁଗୁଡା,ଏନ୍ଏନ୍ଏସ୍: ଲଘୁଚାପ ବର୍ଷାରେ ଘର ହରାଇଥିବା ଲୋକଙ୍କୁ ଝାରସୁଗୁଡା ଜିଲ୍ଲା ବିଜେପି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରୀପାଠୀଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ସଦସ୍ୟମାନେ କୋଲାବିରା ଓ ଝାରସୁଗୁଡା ଟାଉନର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ପଲିଥିନ, ଖାଦ୍ୟ ସାମଗ୍ରୀ, ଟର୍ଚ୍ଚ, କ୍ୟାଣ୍ଡେଲ ଆଦି ବଣ୍ଟନ କରିଛନ୍ତି। ଏହାସହ ଘର ଭାଙ୍ଗିଯାଇଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇଦେବାରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଲୋକଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନଥିବା ସମୟରେ ଟଙ୍କଧର ତ୍ରୀପାଠୀ ସହାୟତାର ହାତ ବଢାଇଥିବାରୁ ଲୋକେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ପ୍ରେମସେନ ରାଏ, ବଲବିନ୍ଦର ସିଂ, ସୋନୁ ଥିରାନୀ, ମନୋଜ ସାହୁ, ମନୋଜ କଲେତ, ନିଲାମ୍ବର ଦନସେନା, ରାଜେନ୍ଦ୍ର ଦାସ ପ୍ରମୁଖଙ୍କ ସହ ଜିଲ୍ଲା ବିଜେପିର ସଦସ୍ୟମାନେ ଉପସ୍ଥିତ ଥିଲେ।