ଝାରସୁଗୁଡ଼ା ବିମାନବନ୍ଦରରେ ଫୁଲ୍ ସ୍କେଲ୍ ଏମରଜେନ୍ସି ଏକ୍ସରସାଇଜ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବିମାନ ବନ୍ଦରରେ ଆଜି ଫୁଲସ୍କେଲ୍ ଏମରଜେନ୍ସି ଏକ୍ସରସାଇଜ ଅନୁଷ୍ଠିତ ହୋଇଛି। ଯେକୌଣସି ଆପାତକାଳୀନ ପରିସ୍ଥିତିରେ ମଧ୍ୟ ଯାତ୍ରୀ ତଥା ବିମାନ ବନ୍ଦରକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେନେଇ ଏହି ଏକ୍ସସାଇଜରେ ଅଭ୍ୟାସ କରାଯାଇଛି। ବିମାନ ବନ୍ଦରକୁ ବାହ୍ୟଶତ୍ରୁ ଆକ୍ରମଣ, ଅଗ୍ନିକାଣ୍ଡ, ବିମାନ ଅବତରଣ ଉଡାଣ ସମୟରେ ଅସୁବିଧା ସୃଷ୍ଟି ହେଲେ କିପରି ତାକୁ ଆୟତ କରି ଯାତ୍ରୀମାନଙ୍କୁ ସୁରକ୍ଷିତ ରଖାଯାଇପାରିବ ସେନେଇ ଆଜି ଅଭ୍ୟାସ କରାଯାଇଛି। ଯଦି କୌଣସି ପରିସ୍ଥିତରେ କେହି ଆହତ ହୁଅନ୍ତି ତେବେ ତାଙ୍କୁ କିପରି ଶୀଘ୍ର ଉଦ୍ଧାର କରାଯାଇ ଚିକିତ୍ସା ସେବା ପ୍ରଦାନ କରାଯାଇ ପାରିବ ସେନେଇ ମଧ୍ୟ ଅଭ୍ୟାସ କରାଯାଇଛି। ଆପାତକାଳୀନ ପରିସ୍ଥିତକୁ ସାମ୍ନା କରି ବିମାନବନ୍ଦର କର୍ତ୍ତୃପକ୍ଷ ଓ ସୁରକ୍ଷାକର୍ମଚାରୀ ତଥା ଦମକଳବାହିନୀ କିପରି ଯାତ୍ରୀ ତଥା ବିମାନ ବନ୍ଦରକୁ ସୁରକ୍ଷିତ ରଖି ପାରିବେ ସେନେଇ ଆଜିର ଫୁଲ ସ୍କେଲ ଏମରଜେନ୍ସି ଏକ୍ସସାଇଜରେ ଅଭ୍ୟାସ କରାଯାଇଛି। ଏହି ଅଭ୍ୟାସରେ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି, ବିମାନ ବନ୍ଦରର ସୁରକ୍ଷାକର୍ମୀ, ଅଗ୍ନିଶମ ବିଭାଗ କର୍ମଚାରୀ ତଥା ବିମାନ ବନ୍ଦରର ଅନ୍ୟ କର୍ମଚାରୀ ଓ ଅଧିକାରୀମାନେ ଭାଗନେଇଥିଲେ।