ଝାରସୁଗୁଡ଼ାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯୁବକ ଜଣକ ଗତ ୧ ତାରିଖଦିନ ୪ ଜଣ ସାଙ୍ଗମାନଙ୍କ ସହିତ ସୁନ୍ଦରଗଡ଼ ରାଜଗାମପୁରକୁ ଏକ ବାହାଘରରେ ଯୋଗଦେବା ପାଇଁ ଯାଇଥିଲେ। ୬ ତାରିଖ ବେଲପାହାଡ ଆସି ବିବେକାନନ୍ଦ ସ୍କୁଲ କ୍ୱାରେଣ୍ଟାଇନ ସେଣ୍ଟରରେ ସଙ୍ଗରୋଧରେ ରହିଥିଲେ। ଗତ ୧୦ ତାରିଖ ସେମାନଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଜି ୩୨ ବର୍ଷିୟ ଯୁବକଙ୍କ ରିପୋର୍ଟ ପଜିଟିଭ ଆସିବାପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯୋଗ୍ୟ ଯେ, ଆଜି ଜଣେ ଚିହ୍ନଟ ହେଲାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୧୨୫ ସୁସ୍ଥ ହୋଇଥିବାବେଳେ ୪୮ ଜଣଙ୍କ ଚିକିତ୍ସା ଜାରି ରହିଛି।