ଜଗା ଯାଇ ପାରିଲାନି ମାଉସୀ ଘର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିପରେ କେବଳ ପୁରୀରେ ରଥଯାତ୍ରା ପାଳନ କରାଯାଇଛି। ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ ରଥଯାତ୍ରା ପାଳନକୁ ନେଇ କଟକଣା ଲଗାଯାଇଛି। ଏହି ପରୀପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାରେ ଚଳିତବର୍ଷ ରଥ ଗଡ଼ିନାହିଁ। ଜିଲ୍ଲାର ବିଭିନ୍ନ ମନ୍ଦିରରେ ଥିବା ତିନିଠାକୁର ମାଉସୀ ଘରକୁ ଯାଇ ନପାରି ପୂଜାର୍ଚ୍ଚନା ପରେ ପୁନଶ୍ଚ ନିଜ ମନ୍ଦିରରେ ବିରାଜମାନ କରିଛନ୍ତି। ଜିଲ୍ଲାର ପ୍ରତି ମନ୍ଦିରରେ ବିଧି ପୂର୍ବକ ଜଗନ୍ନାଥଙ୍କ ପୂଜର୍ଚ୍ଚନା କରାଯାଇଥିବା ସାଗରପାଲି ଗ୍ରାମର ପୂଜକ ଶିବ ନାରାୟଣ ନାୟକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସବୁ ଠାକୁରଙ୍କ ଇଚ୍ଛା। ଚଳିତବର୍ଷ କେବଳ ପୁରୀରେ ରଥ ଟଣାଯାଉଛି ସତ, ହେଲେ ସେହି ରଥରେ ବଡ ଠାକୁର ରାଜ୍ୟର ସମସ୍ତ ମନ୍ଦିରରେ ବିରାଜମାନ କରୁଥିବା ଠାକୁରଙ୍କୁ ନିଜ ସାଙ୍ଗରେ ମାଉସୀ ଘରକୁ ନେଇକି ଯାଉଛନ୍ତି। ତେଣୁ ଜିଲ୍ଲାବାସୀ ମନ ଦୁଃଖ ନକରି ଶ୍ରୀ ଜଗନ୍ନାଥ କରୋନା ପରି ମହାମନାରୀର ମୁଲପୋଛ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରନ୍ତୁ ବୋଲି ପୂଜକ ଶ୍ରୀ ନାଏକ କହିଛନ୍ତି।