ଝାଡ଼ଖଣ୍ଡୀ ହାତୀ ନୀଳଗିରି ମୁହାଁ

ନୀଳଗିରି, ଏନ୍ଏନ୍ଏସ୍ : ଝାଡ଼ଖଣ୍ଡର ଦଲମା ଅଞ୍ଚଳରୁ ଚିରାଚରିତ ପଥଦେଇ ସବୁବର୍ଷ ଭଳି ନୀଳଗିର ିମୁହାଁ ହୋଇଛନ୍ତି ୪୫ରୁ ଅଧିକ ଝାଡ଼ଖଣ୍ଡୀ ହାତୀପଲ। ହାତୀପଲଙ୍କ ଆଗମନ ନେଇ ନୀଳଗିରି ବନାଞ୍ଚଳବାସୀମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି। ଉକ୍ତ ୪୫ଟି ହାତୀ ବେତନଟୀ ରେଞ୍ଜର୍ ନଡ଼ପୁର ଜଙ୍ଗଲରେ ଉପଦ୍ରବ କରୁଥିଲାବେଳେ ଗୁରୁବାର ଭୋରବେଳା ନୀଳଗିରିକୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଏନେଇ ନୀଳଗିରି ରେଞ୍ଜ୍ ଅଧିକାରୀ ଓ କୁଲଡିହା ରେଞ୍ଜ୍ ଅଧିକାରୀଙ୍କ ନେତୃତ୍ୱରେ ବନ କର୍ମଚାରୀ ସଜାଗ ରହିଛନ୍ତି। ନୀଳଗିରି ଅଞ୍ଚଳରେ କିଛି ଧାନକ୍ଷେତରେ ଧାନ ପାଚିଥିଲାବେଳେ ଅନ୍ୟକିଛି ଜମିରେ ଧାନ ଅଧା ପାଚିଲା ରହିଥିଲାବେଳେ ଉକ୍ତ ହାତୀପଲ ଏକର ଏକର ଧାନଫସଲ ନଷ୍ଟ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ନୀଳଗିରି ଅଞ୍ଚଳରେ ଯେପରି ଧନଜୀବନ ନଷ୍ଟ ନହୁଏ ସେଥିପାଇଁ ଉଭୟ ବନବିଭାଗ ତୀକ୍ଷଣ ଦୃଷ୍ଟି ରଖିଥିବାବେଳେ ବନାଞ୍ଚଳବାସୀଙ୍କୁ ନିଜଘରେ ମାଦକଦ୍ରବ୍ୟ ନରଖିବା ପାଇଁ ସଚେତନତା ସୃଷ୍ଟରଖିଛି।