ବ୍ରହ୍ମପୁରରେ ଝାଡ଼ଖଣ୍ଡି ଡକାୟତ

  • ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୯ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୮ ଜଣ ଝାଡ଼ଖଣ୍ଡର ଡକାୟତ ଥିବାବେଳେ ଜଣେ ଭୁବନେଶ୍ୱର ବାଳକାଟି ଅଞ୍ଚଳର ବୋଲି ଜଣାପଡ଼ିଛି।
  • ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୩ଟି ଲେଖାଏଁ ଗୁଳି, ଖଣ୍ଡା, ବୋମା, ଲୁହା ରଡ୍ ଏବଂ ୩୨ଟି ମୋବାଇଲ ଜବତ କରାଯାଇଛି। ସେମାନେ ଆସିଥିବା ଗୋଟିଏ ଅଟୋ ରିକ୍ସାକୁ ପୁଲିସ ଜବତ କରିଛି। ସେଥିରୁ ୧୦ଟି ମୋବାଇଲ ଚୋରା ବୋଲି ଜଣା ପଡିଛି। ଏ ନେଇ ୪ଟି ଥାନାରେ ପୃଥକ୍ ମାମଲା ରୁଜୁ ହୋଇଛି।
  • ମଙ୍ଗଳବାର ମଧ୍ୟରାତିରେ ଗୋସାଇଁନୂଆଗାଁ ଥାନା ପୁଲିସ ଏହି ଡକାୟତମାନଙ୍କୁ ଜାତୀୟ ରାଜପଥ ୧୬ର ଖଜୁରିଆ ଓଭରବ୍ରିଜ ନିକଟରେ କାବୁ କରିଛି। ଏମାନେ ସେହି ସ୍ଥାନରେ କୌଣସି ଏକ ଡକାୟତିର ଯୋଜନା କରୁଥିବାବେଳେ ପୁଲିସ ଏହାକୁ ପଣ୍ଡ କରିଛି।