ଝାଡ଼ଖଣ୍ଡ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ରିଲିଜ

ରାଞ୍ଚି,ଏଜେନ୍ସି: ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏ ନେଇ ଶନିବାର ଆୟୋଜିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା, କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ନିତିନ ଗଡ଼କରିଙ୍କ ସମେତ ସଂଗଠନର ଅନେକ ନେତା ସାମିଲ ଥିଲେ।

ଏହି ପରିପ୍ରେକ୍ଷୀରେ ୫୨ଜଣଙ୍କ ନାମ ଘୋଷଣା କରାଯାଇଛି। ବିଜେପି ଜମଶେଦପୁର ପୂର୍ବରୁ ରଘୁବର ଦାସଙ୍କ ସହିତ ଅନେକ ବଡ଼ ନେତାଙ୍କୁ ସାମିଲ କରିଛି। ସେହିପରି କୋଡ଼ରମାରୁ ନିରା ଯାଦବ, ଝରିଆରେ ରାଗିଣୀ ସିଂହ, ପୋତକରେ ମେନକା ସର୍ଦାର, ଛତ୍ରପୁରରୁ ପୁଷ୍ପା ଦେବୀଙ୍କ ସମେତ ୫୨ଜଣଙ୍କ ନାମ ଘୋଷଣା କରାଯାଇଛି।