ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍

ରାଞ୍ଚି : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ରବିବାର ହେମନ୍ତ ସୋରେନ୍ ଶପଥ ନେଇଛନ୍ତି। ଝାଡ଼ଖଣ୍ଡର ୧୧ ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ପାଠ କରିଛନ୍ତି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ଝାଡ଼ଖଣ୍ଡର ଦ୍ୱୀତିୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ରାହୁଲ ଗାନ୍ଧି ଏହି ଶପଥ ପାଠ ଉତ୍ସବରେ ଉପସ୍ଥିତ ଥିଲେ। ଏହି ଶପଥ ପାଠ ଉତ୍ସବ ରାଞ୍ଚିରେ ଅନୁଷ୍ଠିତ ହୋଇଛି।