ପାଇଖାନା ଦୁର୍ନୀତି ନେଇ ଗର୍ଜିଲା ବିଜେପି

ଝରୀଗାଁ, ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାରେ ପାଇଖାନା ଦୁର୍ନୀତି ଚରମସୀମାରେ ପହଞ୍ଚିଛି। ଆଇନ ସମସ୍ତଙ୍କ ପାଇଁ ସାମାନ ଥିବାବେଳେ ବଡବଡ଼ିଆମାନେ ତଦନ୍ତ ପରିସରରୁ ବାହାରେ ରହୁଥିବାରୁ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ବିଜେପି ତରଫରୁ ଆଜି ଏକ ପ୍ରେସ ଇସ୍ତିହାରରେ କୁହାଯାଇଛି। ପାଇଖାନା ଦୁର୍ନୀତି ଅଭିଯୋଗରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଏହି ଅଞ୍ଚଳର ନୋଡାଲ ଅଫିସର ଦାୟିତ୍ୱରେ ଥିବାବେଳେ ଏଭଳି ଦୁର୍ନୀତି ହୋଇଥିଲା। ହେଲେ ଖବର ଅଫିସରଙ୍କ ଗୋଚରକୁ କିପରି ଅସିଲା ନାହିଁ ସେନେଇ ପ୍ରଶ୍ନ କରିଛି ବିଜେପି। ଆଗାମୀ ପାଞ୍ଚଦିନ ମଧ୍ୟରେ ପାଇଖାନା ଦୁର୍ନୀତି ବାବଦରେ ନବରଙ୍ଗପୁର ଜିଲ୍ଲାର ବାକି ୧୮୯ ଗ୍ରାମପଞ୍ଚାୟତର ତଥ୍ୟ ପ୍ରଶାସନ ରଖୁ ବୋଲି ଝରିଗାଁ ବିଜେପି ଦାବି କରିଛି। ଝରିଗାଁ ପଞ୍ଚାୟତ ସମିତିରେ ଦୁର୍ନୀତି କେବଳ ପାଇଖାନାରେ ସୀମିତ ନାହିଁ। ଏଠାରେ ମନରେଗାରେ ମଧ୍ୟ ବ୍ୟାପକ ଦୁର୍ନୀତି କରାଯାଇଥିବା କୁହାଯାଇଛି।