ଝାନ୍‌ସୀ ରେଳ‌ ଷ୍ଟେସନ୍‌ର ନାଁ ବଦଳିଲା, ବୀରାଙ୍ଗନା ଲକ୍ଷ୍ମୀବାଈ ରଖିଲେ ଉତ୍ତର ପ୍ରଦେଶ ସରକାର

ଝାନ୍‌ସୀ,ଏଜେନ୍ସି: ଉତ୍ତର ପ୍ରଦେଶ ସରକାର ପୁଣି ଏକ ରେଳ ଷ୍ଟେସନ୍‌ର ନାମ ପରିବର୍ତ୍ତନ କରିଛନ୍ତି। ଏବେ ଝାନ୍‌ସୀ ରେଳ ଷ୍ଟେସନ୍‌ର ନାମ ପରିବର୍ତ୍ତନ କରି ଏହାର ନାମ ବୀରାଙ୍ଗନା ଲକ୍ଷ୍ମୀବାଈ ରେଳ ଷ୍ଟେସନ୍‌ କରିଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର ନାଁ ପରିବର୍ତ୍ତନ କରି ପ୍ରସ୍ତାବକୁ କେନ୍ଦ୍ର ସରକାର ଦ୍ବାରା ମଞ୍ଜୁରୀ ମିଳିବା ପରେ ଶାସନାଦେଶ ଜାରି କରି ଦିଆଯାଇଛି।

ସୂଚନାଯୋଗ୍ୟ, ଗୃହ ମନ୍ତ୍ରାଳୟକୁ ଏହି ପ୍ରସ୍ତାବ ଦିଆଯାଇଥିଲା ଯେ, ଝାନ୍‌ସୀ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇଛି। ଏବେ ଏହି ପ୍ରସ୍ତାବକୁ ସ୍ବୀକାର କରାଯାଇ ଉତ୍ତର ପ୍ରଦେଶ ସରକାର ଝାନ୍‌ସୀ ରେଳ ଷ୍ଟେସନ୍‌ର ନାମ ବୀରାଙ୍ଗନା ଲକ୍ଷ୍ମୀବାଈ ରେଳ ଷ୍ଟେସନ୍‌ ରଖିଛନ୍ତି। ରେଳ ଷ୍ଟେସନର କୋଡ ମଧ୍ୟ ବଦଳାଇ ଦିଆଯିବ। ସରକାରଙ୍କ ତରଫରୁ ଯୁକ୍ତି ଅଣାଯାଇଥିଲା ଯେ, ଷ୍ଟେସନ୍‌ର ନାଁ ପରିବର୍ତ୍ତନ କରାଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ସହାୟକ ହୋଇପାରିବ। ଏହାର ଲାଭ ବୁନ୍ଦେଲଖଣ୍ଡ ଅଞ୍ଚଳର ଲୋକଙ୍କୁ ମିଳିବ।

ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ, ଆବଶ୍ୟକ ଅନୁସାରେ ନାଁ ପରିବର୍ତ୍ତନ ହେବ। ଏହା ପୂର୍ବରୁ ଯୋଗୀ ସରକାର ଫୈଜାବାଦ୍‌କୁ ଅଯୋଧ୍ୟା, ଆହ୍ଲବାଦକୁ ପ୍ରୟାଗରାଜ, ମୁଗଲସରାଏକୁ ଦୀନ ଦୟାଲ ଉପାଧ୍ୟାୟ ନଗର କରିଛନ୍ତି।