କାନାଡା ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମେ ଫୋନ୍ କରିବେ ବାଇଡେନ୍

ୱାଶିଂଟନ,ଏଜେନ୍ସି: ଆମେରିକାର ରାଷ୍ଟ୍ରପତିଭାବେ ଜୋ ବାଇଡେନ ବୁଧବାର ଶପଥ ଗ୍ରହଣ କରିଛନ୍ତି। ବିଶ୍ୱର ସବୁଠାରୁ କ୍ଷମତାଶାଳୀ ରାଷ୍ଟ୍ରମୁଖ୍ୟଭାବେ ମାନ୍ୟତାଲାଭ କରୁଥିବା ବାଇଡେନ ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟଭାବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁଙ୍କ ସହ ଫୋନ୍ରେ କଥା ହେବେ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। କାନାଡାରୁ ଆମେରିକାର ନେବ୍ରାସ୍କା ପର୍ଯ୍ୟନ୍ତ ଲମ୍ବିଥିବା ତୈଳ ପାଇପ ଲାଇନ୍ (କି ଷ୍ଟୋନ୍ ଏକ୍ସଏଲ ପାଇପ ଲାଇନ)କୁ ପ୍ରତ୍ୟାଖ୍ୟାନ କରିବାକୁ ବାଇଡେନ ପ୍ରଶାସନ ଆପାତତଃ ନିଷ୍ପତ୍ତି ନେଇଛି। ବୁଧବାର ଶପଥ ନେବାପରେ ବାଇଡେନ୍ ଏହି ପାଇପ ଲାଇନ ରାଜିନାମାକୁ ଖାରଜ କରିବାକୁ ଏକ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି। ବାଇଡେନଙ୍କ ଏଭଳି ନିଷ୍ପତ୍ତିକୁ ଟ୍ରୁଡ୍ୟୁ ଅବଶ୍ୟ ନାପସନ୍ଦ କରିସାରିଛନ୍ତି।