ଅନ୍ତରୀକ୍ଷ ଯାତ୍ରାରୁ ଫେରି କିଛି ଏମିତି କହିଲେ ଜେଫ ବେଜୋସ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଧନୀ ଅରବପତି ଜେଫ ବେଜୋସ ୧୧ ମିନିଟର ଅନ୍ତରୀକ୍ଷ ଯାତ୍ରା କରି ପୃଥିବୀ ପୃଷ୍ଠକୁ ଫେରି ଆସିଛନ୍ତି। ଅନ୍ତରୀକ୍ଷ ଯାତ୍ରାରୁ ଫେରିବା ପରେ ବେଜୋସ ଓ ଚାଳକ ଦଳର ଅନ୍ୟ ସଦସ୍ୟ ପରସ୍ପରକୁ ଶୁଭକାମନା ଜଣାଇଥିଲେ। ସେମ୍ପେନ ବୋତଲ ଖୋଲି ଏହି ମୁହୂର୍ତ୍ତକୁ ଉପଭୋଗ କରିଥିଲେ। ବେଜୋସ ନିଜର ଏହି ଐତିହାସକ ଯାତ୍ରାକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ବେଜୋସ କହିଛନ୍ତି ଯେ, ଏହା ମୋ ଜୀବନର ସବୁଠୁ ଭଲ ଦିନ ଥିଲା। ମୁଁ ଅମେଜନର ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କୁ ଧନ୍ୟବାଦ ଜଣାଉଛି। ବେଷ୍ଟ ଟେକ୍ସାସର ବେନ ହର୍ଣ୍ଣ ସହରକୁ ମଧ୍ୟ ଧନ୍ୟବାଦ ଜଣାଉଛି।

ସୂଚନାଯୋଗ୍ୟ, ଜେଫ ବେଜୋସ ଭାରତୀୟ ସମୟ ସଂଧ୍ୟା ୬ଟା ୪୨ରେ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ସହ ଆଉ ୩ଜଣ ସଦସ୍ୟ ଉପସ୍ଥିତ ଥିଲେ। ବେଜୋସ ତାଙ୍କ ସ୍ପେସ କମ୍ପାନୀ ବ୍ଲୁ ଓରିଜେନ କ୍ୟାପସୁଲରେ ଅନ୍ତରୀକ୍ଷ ଯାତ୍ରା କରିଥିଲେ।