ମଧ୍ୟ ଭୁବନେଶ୍ୱରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ମୋ ପରିବାର- ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅଭିଯାନ ଅବସରରେ ମଧ୍ୟ ଭୁବନେଶ୍ୱରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ୟୁନିଟ-୪ସ୍ଥିତ ମଧୂସୁଦନନଗର ପାଠାଗାରରେ ଆୟୋଜିତ ଏହି ଶିବିରରୁ ମୋଟ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ସୁଜିତ କୁମାର, ଓଡ଼ିଶା ମୋ ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଭୁବନେଶ୍ୱରର ୩ ସଂଯୋଜକ ନବକିଶୋର ବେହେରା, ଅଶ୍ୱିନୀ ସୁନ୍ଦର ରାୟ, ପ୍ରକାଶ ତ୍ରିପାଠୀ, ପୂର୍ବତନ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର, ନରେନ୍ ସାହୁଙ୍କ ସମେତ କହୁ କର୍ପୋଟେର ଶିବିରକୁ ଉଦଘାଟନ କରିଥିଲେ। ପାଠାଗାରର ବରିଷ୍ଠ ସଦସ୍ୟ ବଦ୍ରି ନାରାୟଣ ମିଶ୍ର ଓ ବିଜୁ ଜନତା ଦଳର ସଭ୍ୟମାନେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।