ଭୁବନେଶ୍ୱର,ଏନ୍ଏନ୍ଏସ୍: ଜେଇଇ ମେନ୍ ପରୀକ୍ଷାଫଳ ପ୍ରକାଶ ପାଇଛି। ଓଡ଼ିଶାରେ ସୌରଭ ସୌମ୍ୟକାନ୍ତ ଦାସ ଟପ୍ପର ହୋଇଥିବାବେଳେ ସର୍ବଭାରତୀୟ ସ୍ତରରେ ସେ ୧୨୮ ରାଙ୍କରେ ରହିଛନ୍ତି। ସେ ୯୯.୯୯ ପ୍ରତିଶତ ମାର୍କ ରଖିଛନ୍ତି। ସେହିପରି ଓଡ଼ିଶାର ଦ୍ୱିତୀୟ ରାଙ୍କରେ ସ୍ଥିତିପ୍ରଜ୍ଞା ସାହୁ ରହିଛନ୍ତି ଯିଏକି ସର୍ବଭାରତୀୟ ସ୍ତରରେ ୧୮୮ ରାଙ୍କ ରଖିଛନ୍ତି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ହୋଇଥିଲା। ୨୪ଜଣ ପରୀକ୍ଷାର୍ଥୀ୧୦୦ ପରସେଣ୍ଟାଇଲ ମାର୍କ ରଖିଛନ୍ତି। ଟପ୍ପର ତାଲିକାରେ ତେଲେଙ୍ଗାନାର ୮ଜଣ ପରୀକ୍ଷାର୍ଥୀ ୧୦୦ ପରସେଣ୍ଟାଇଲ ମାର୍କ ରଖିଛନ୍ତି। ଦ୍ୱିତୀୟରେ ଦିଲ୍ଲୀରୁ ୫ଜଣ ରହିଥିବାବେଳେ ରାଜସ୍ଥାନରୁ ୪, ଆନ୍ଧ୍ରପ୍ରଦେଶରୁ ୩, ହରିୟାଣାରୁ ୨, ଗୁଜରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ୧୦୦ ପରସେଣ୍ଟାଇଲ ମାର୍କ ରଖିଛନ୍ତି। ଏହି ଅବସରରେ ଛାତ୍ରଛତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ନିଶାଙ୍କ ପୋଖରିୟାଲ ଟ୍ୱିଟ କରି ଶୁୁଭେଚ୍ଛା ଜଣାଇଛନ୍ତି।