ଜେଇଇ ମେନ୍ ସ୍ଥଗିତ

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଜେଇଇ ମେନ୍ (ମେ’ ୨୦୨୧ ସେସନ୍) ସ୍ଥଗିତ ରଖାଯାଇଛି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ପ୍ରଦାନ କରିଛନ୍ତି। ପରବର୍ତ୍ତୀ ସୂଚନା ପାଇଁ ଏନଟିଏ ୱେବସାଇଟ ଦେଖିବାକୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଇଛନ୍ତିି।