ଜୁଲାଇ ୩ରେ ଜେଇଇ ଆଡଭାନ୍ସ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆସନ୍ତା ଜୁଲାଇ ୩ ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବାନେଇ ଘୋଷଣା ହୋଇଛି। ଆଇଆଇଟି ଗଡଗପୁର ଏହାର ଆୟୋଜନ କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ପୋଖରିଆଲ ନିଶଙ୍କ  କରିଛନ୍ତି ଯେ, ଜେଇଇ ଆଡଭାନ୍ସ ପରୀକ୍ଷା ୨୦୨୧ ଜୁଲାଇ ୩ରେ ଆୟୋଜନ କରାଯିବ।  ଆଇଆଇଟିରେ ପ୍ରବେଶ ପାଇଁ ବାଧ୍ୟତାମୂଳକ ଥିବା ୭୫ ପ୍ରତିଶତ ମାର୍କ ସିଷ୍ଟମକୁ ହଟାଇ ଦିଆଯାଇଛି। ଚଳିତ ବର୍ଷ ଏହି ପରୀକ୍ଷାର ଆୟୋଜନ ଆଇଆଇଟି ଖଡଗପୁର ଦ୍ୱାରା କରାଯିବ।