୨୦୨୦ ମେ’ ୧୭ରେ ଜେଇଇ ଆଡଭାନ୍ସ ପରୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୦ ଜେଇଇ ଆଡଭାନ୍ସ ପରୀକ୍ଷା ମେ’ ୧୭ରେ ଅନୁଷ୍ଠିତ ହେବ। ଅନୁଷ୍ଠିତ ହେବାକୁ ଥିବା ଲହି ପରୀକ୍ଷାକୁ ଦିଲ୍ଲୀ ଆଇଆଇଟି ଦ୍ୱାରା ପରିଚାଳିତ ହେବ। ଏହି ପରୀକ୍ଷାରେ କୃତିତ୍ୱ ହାସଲ କଲେ ପରୀକ୍ଷାର୍ଥୀମାନେ ଦେଶର ପ୍ରମୁଖ ଆଇଆଇଟି ଇନଷ୍ଟିଚ୍ୟୁଟରେ ନାମଲେଖାଇବାର ସୁଯୋଗ ପାଇପାରିବେ। ଜେଇଇ ମେନ୍ ରେ ଅଧିକ ମାର୍କ ରଖିଥିବା ପ୍ରଥମ ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀମାନେ ଏହି ଜେଇଇ ଆଡଭାନ୍ସ ପରୀକ୍ଷା ଦେବାକୁ ମନୋନୀତ ହୋଇପାରିବେ। ୨ଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ରେ ଶେଷ ହେବ। ଏବେ ୨ୟ ପର୍ଯ୍ୟାୟ ପରୀକ୍ଷା ୨ଟା୩୦ରୁ ୫ଟା୩୦ ପର୍ଯ୍ୟନ୍ତ ଚାଲିବ। ତେବେ ୨୦୧୯ରେ ୧୬୧୩୧୯ଜଣ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୭୦୫ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଥିଲେ। ଏଥିରୁ ମୋଟ ୫୩୫୬ଜଣ କେବଳ ଛାତ୍ରୀ ସଫଳତା ପାଇଥିଲେ। ଏହି ପରୀକ୍ଷା ଦେବାଲାଗି ଆବେଦନକାରୀଙ୍କ ମଧ୍ୟରୁ ମହିଳା, ଅନୁସୁଚିତ ଜାତି, ଜନଜାତି ଏବଂ ଭିନ୍ନକ୍ଷମ ପିଲାଙ୍କ ଲାଗି ୧୩ଶହ ଟଙ୍କା ପୈଠ କରିବା ବେଳେ ଅନ୍ୟ ସବୁ ବର୍ଗର ଆବେଦନକାରୀଙ୍କ ଲାଗି ୨୬ଶହ ଟଙ୍କା ଧାର୍ଯ୍ୟ ହୋଇଛି।