ଏଲଏସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଜେସିଓ ସହିଦ

କାଶ୍ମୀର,ଏଜେନ୍ସି: ଜାମ୍ମୁର ପୁଞ୍ଚ ଅଞ୍ଚଳର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ କନିଷ୍ଠ କମିସନ ଅଫିସର(ଜେସିଓ)ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପ୍ରତିରକ୍ଷା ମୁଖ୍ୟଙ୍କ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରି ପାଖାପାଖି ସାଢ଼େ ୧ଟାରେ ଏଲଏସିରେ ପାକିସ୍ତାନ ସୈନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହାର ଭାରତୀୟ ସୈନ୍ୟ କଡ଼ା ଜବାବ ଦେଇଥିଲା। ଏଥିରେ ଜେସିଓ ଶ୍ରେଣୀର ସୁବେଦାର ସ୍ୱତନ୍ତ୍ର ସିଂ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସହିଦ ସ୍ୱତନ୍ତ୍ର ସିଂଙ୍କ ଘର ଉତ୍ତରାଖଣ୍ଡର ପାଉରି ଗରୱାଲ ଜିଲ୍ଲାର ଉଦିଆରି ଗ୍ରାମରେ ବୋଲି ଜଣାପଡ଼ିଛି।