ନିଆଳି,ଏନ୍ଏନ୍ଏସ୍: କିଛି ଦିନ ତଳେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲିଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଥିଲା । ଘଟଣାର ୫ ଦିନ ପରେ କ୍ୟାମେରା ଆଗରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଅରବିନ୍ଦ ଢାଲି । ମାଲକାନଗିରିରେ ରୁରାଲ ନକ୍ସଲ ଆକ୍ରମଣ କରୁଥିଲେ ଏବେ ଅର୍ବାନରେ ନକ୍ସଲ ମୋତେ ମାରିଦେବେ । ସବୁ କଥା ଦଳର ସୁପ୍ରିମୋକୁ ଜଣାଇଥିବା କହିଛନ୍ତି ବିଧାୟକ ।
ପ୍ରତିକ୍ରିୟା ରଖି ବିଧାୟକ ଆହୁରି କହିଛନ୍ତି,”ଶାନ୍ତି ପ୍ରିୟ ନିର୍ବାଚନ ମଣ୍ଡଳୀରେ ଅଶାନ୍ତ କରୁଛି କିଏ ! ଏହି କଥା ଛଳରେ ବିସ୍ଫୋରକ ବୟାନ ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲା ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି । ଡିସେମ୍ବର 7 ତାରିଖରେ ନିଜ ନିର୍ବାଚନ ମଣ୍ଡଳୀକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସୁଥିବା ସମୟରେ ବାଲିପାଟଣା ଛକରେ ବିଧାୟକଙ୍କ ଗାଡି ଉପରକୁ ଏକାଧିକ ଅଣ୍ଡାମାଡ, ବିରୋଧ ଓ ଗାଡି ଆଗରେ ଅଡି ବସିଥିଲେ ଏକ ଗୋଷ୍ଠୀ । ଏହି ଘଟଣାକୁ ନେଇ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ।
ମାଲକାନଗିରିରେ ଅସଲି ନକ୍ସଲ, କିନ୍ତୁ ଅର୍ବାନରେ ନକଲି ନକ୍ସଲ । ଏହି ଏ କଥା ଏବେ ଜୟଦେବ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ନକଲି ନକ୍ସଲ କିଏ ? ସେମାନେ ବିଜୁ ଜନତା ଦଳ ପାଇଁ ଆଗାମୀ ଦିନରେ କଣ୍ଟା ହେବେ ନାଁ ନିଜର ପତିଆରା ଜାହିର କରି ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ତଡିପାର କରିବେ ନାହିଁ ତ ? ନିଜକୁ ଅସୁରକ୍ଷିତ ମଣିବା ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମ ନବୀନଙ୍କୁ ଲିଖିତ ଭାବରେ ଜଣାଇଛି ବୋଲି କହିଛନ୍ତି ବିଧାୟକ ଅରବିନ୍ଦ ଢ଼ାଲି । ଯେଉଁମାନେ ଅଣ୍ତାମାଡ କରିଛନ୍ତି ସେମାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ପୁଣି ନରମ କଥା କହି କଥାକୁ ଆଗକୁ ନ ବଢୁ ବୋଲି ମଧ୍ୟ କହିଛନ୍ତି ।