ନିଜକୁ ନିଜେ ଗୁଳି କରି ଯବାନଙ୍କ ଆତ୍ମହତ୍ୟା

କୋରାପୁଟ,ଏନ୍ଏନ୍ଏସ୍: ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା। କୋରାପୁଟ ଜିଲ୍ଲା ଜଲାପୁଟ ବିଏସଏଫ ୧୫ ନମ୍ବର ବାଟାଲିୟନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ରିପୋର୍ଟ ମୁତାବିକ, ଯବାନ ଜଣକ ନିଜ ମୁଣ୍ଡରେ ନିଜେ ଗୁଳି କରିଛନ୍ତି । ତେବେ ଯବାନ ଜଣଙ୍କ ଅତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତ ଯବାନ ଜଣଙ୍କ ହେଉଛନ୍ତି ରାଜସ୍ଥାନର ଇନ୍ଦର ସିଂହ । ତେହେ ତାଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ରହିଛି ତାହା ଜଣା ପଡ଼ିନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।