ପେଟ୍ରୋଲ ଡିଜେଲର ଦର ବୃଦ୍ଧିକୁ ନେଇ ଯତୀନ ମହାନ୍ତିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ପେଟ୍ରୋଲ ଟାଙ୍କିରେ ଧାରଣା ଦିଆଯାଇଛି। ଏହାର ପ୍ରତିକ୍ରିୟାରେ ବିଜେପି ପାର୍ଟି ଅଫିସରେ ରାଜ୍ୟ ବିଜେପି ସମ୍ପାଦକ ଯତୀନ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କି ପେଟ୍ରୋଲରେ ଟାକ୍ସ ରାଜ୍ୟ ସରକାର ୭୦% ଛାଡ଼ କରନ୍ତୁ ତାହା କଲେ ପେଟ୍ରୋଲର ମୂଲ୍ୟ କମିବ।

ପେଟ୍ରୋଲରୁ ଯେଉଁ କର ଆଦାୟ ହେଉଛି ସେଥିରେ ମାଗଣା ଗ୍ୟାସ, ରାସନ ସହିତ ଅନେକ ଜନହିତକର କାର୍ଯ୍ୟ କରାଯାଉଛି। ସେହିପରି କରୋନାର ମୁକାବିଲା ପାଇଁ ଲୋକମାନଙ୍କୁ ମାଗଣାରେ ଟିକା ଦିଆଯାଉଛି। ତେଣୁ କେନ୍ଦ୍ରକୁ ଦୋଷ ଦେବା ବଦଳରେ କଂଗ୍ରେସ ବିଜେଡି ଉପରେ ଚାପ ପକାଉ ବୋଲି ଯତୀନ ମହାନ୍ତି କହିଛନ୍ତି।