ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟରେ ଖେଳିବେନି ବୁମରାହ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଶେଷ ଟେଷ୍ଟ ପୂର୍ବରୁ ଏକ ଝଟକା ଲାଗିଛି। କାରଣ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଚତୁର୍ଥ ତଥା ଶେଷ ଟେଷ୍ଟରେ ଟିମର ନମ୍ବର ୱାନ୍ ଦ୍ରୁତ ବୋଲର ଜସପ୍ରୀତ ବୁମରାହ ପଡ଼ିଆକୁ ଓହ୍ଲାଇବେ ନାହିଁ। ଜସପ୍ରୀତ ବ୍ୟକ୍ତିଗତ କାରଣ ଯୋଗୁ ଶେଷ ଟେଷ୍ଟରେ ନ ଖେଳିବାକୁ ସ୍ଥିର କରିଛନ୍ତି। ମିଳିଥିବା ରିପୋର୍ଟର୍ ମୁତାବିକ, ବୁମରାହଙ୍କୁ ଟିମରୁ ରିଲିଜ କରି ଦିଆଯାଇଛି।

ବୁମରାହ ଶେଷ ଟେଷ୍ଟ ମ୍ୟାଚରେ କାହିଁକି ଖେଳିବେନି ସେନେଇ ଅଧିକ ସୂଚନା ସାମ୍ନାକୁ ଆସିନାହିଁ। ଏଏନଆଇର ରିପୋର୍ଟ ମୁତାବକ, ବୁମରାହ ବ୍ୟକ୍ତିଗତ କାରଣ ଯୋଗୁ ଶେଷ ଟେଷ୍ଟ ଖେଳିବେନି ବୋଲି ଅନୁରୋଧ କରିଥିଲେ। ଆଉ ଏହାକୁ ମଞ୍ଜୁର କରି ଦିଆଯାଇଛି।

ସୂଚନାଯୋଗ୍ୟ, ଜସପ୍ରୀତ ବୁମରାହ ତୃତୀୟ ଟେଷ୍ଟରେ ମାତ୍ର ୬ ଓଭର ବୋଲିଂ କରିଛନ୍ତି। ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ବୁମରାହଙ୍କୁ ବିଶ୍ରାମ ଦେବା ନେଇ ନିଷ୍ପତ୍ତି ନେଇଥିଲା। ବୁମରାହଙ୍କ ସ୍ଥାନରେ ଟିମ୍ ଆଉ କାହାକୁ ଖେଳାଇ ନଥିଲା।