ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିୟାନରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦ୍ରୁତ ବୋଲର ଜସପ୍ରୀତ ବୁମରାହ ରେକର୍ଡ ସୃଷ୍ଟି କରିଛନ୍ତି। ବୁମରାହ ବିଦେଶ ମାଟିରେ ୧୦୦ଟି ଟେଷ୍ଟ ୱିକେଟ ନେବାରେ ସଫଳ ହୋଇଛନ୍ତି। ଏଥିସହିତ ଏହି ରେକର୍ଡ ହାସଲ କରିଥିବା ଦୁନିଆର ଦ୍ୱିତୀୟ ବୋଲର ହେବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି। ଏହି ରେକର୍ଡ ପୂର୍ବରୁ ପାକିସ୍ତାନ ବୋଲର ମହମ୍ମଦ ଆମିରଙ୍କ ନାଁରେ ଥିଲା। ସେ ତାଙ୍କ ୧୧୮ ଟେଷ୍ଟ ୱିକେଟ ମଧ୍ୟରୁ ୧୦୦ଟି ବିଦେଶ ମାଟିରେ ହାସଲ କରିଥିଲେ।
ସୂଚନାଯୋଗ୍ୟ, ୨୦୧୮ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ଜସପ୍ରୀତ ବୁମରାହ ଏବେ ଦୁନିଆର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ଅନ୍ୟତମ। ଟେଷ୍ଟ କ୍ରିକେଟରେ ବୁମରାହ ମୋଟ ୧୦୫ ୱିକେଟ ନେଇଥିବାବେଳେ ୧୦୧ଟି ବିଦେଶ ମାଟିରେ ନେଇଛନ୍ତି।