ମେ’ ୧୫ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ଜନତା କର୍ଫ୍ୟୁ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବଡ଼ ପଦକ୍ଷେପ ନେଇଛନ୍ତି। ଶିବରାଜ ‘କିଲ କରୋନା-୨’ ଅଭିଯାନକୁ ସମ୍ବୋଧିତ କରି ମେ’ ୧୫ ପର୍ଯ୍ୟନ୍ତ ସବୁକିଛି ବନ୍ଦ କରିବାକୁ କହିଛନ୍ତି। ଜନତା କର୍ଫ୍ୟୁ କଡ଼ାକଡ଼ି ଭାବେ ପାଳନ କରାଯାଉ। ଆମେ ଶେଷ ପର୍ଯ୍ୟନ୍ତ ବନ୍ଦ ପାଳନ କରିବା ସମ୍ଭବ ହୋଇନଥିଲେ ମଧ୍ୟ ୧୮ ପ୍ରତିଶତ ଅଧିକ ପଜିଟିଭ ରେଟ ସହ ଖୋଲି ବି ପାରିବାନି।

ଶିବରାଜ ସିଂ କହିଛନ୍ତି ଯେ, ବିବାହ ଏବେ କରନ୍ତୁ ନାହିଁ। ବିବାହ କରୋନା ସଂକ୍ରମଣର ସୁପର ସ୍ପ୍ରେଡର। ଭିନ୍ନ ଭିନ୍ନ ଜିଲ୍ଲା ନିଜର ସ୍ଥିତିକୁ ଧ୍ୟାନରେ ରଖି ଭିଡ଼ କମ୍ କରିବାକୁ ଚେଷ୍ଟା କରନ୍ତୁ। ମେ’ରେ ଯେପରି ବିବାହ ନହୁଏ ସେନେଇ ପଦକ୍ଷେପ ଗ୍ରହଣ କରାଯାଉ ଯଦ୍ୱାରା ସଂକ୍ରମଣକୁ ରୋକାଯାଇ ପାରିବ।