ସଇଁନ୍ତଲା ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ସ୍ୱରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାବା ବାଳକରାମ ଦାସ ଯୋଗ ଦେଇଥିଲେ । ଏଥିରେ ପରିଚାଳନା କମିଟିର ସମ୍ପାଦକ ଯୁବରାଜ ରଣା, ଯୁଗ୍ମ ସମ୍ପାଦକ ବିନୟ ଭୋଇ, କୋଷାଧ୍ୟକ୍ଷ ଭୀମସେନ ପ୍ରଧାନ ଓ ଶିକ୍ଷା ଉପଦେଷ୍ଟା ସରୋଜ ବୈଠାରୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ରାଧା କୃଷ୍ଣ ବେଶରେ ଆସିଥିବା ଶିଶୁଙ୍କ ପାଦ ଧୋଇ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜୟନ୍ତୀ, ସୁରୁପାଳ, ପୂର୍ଣ୍ଣିମା, ଗରୁଡ଼, ନୂତନ, ବେଣୁ, ବିନୋଦ ଓ ପ୍ରଶାନ୍ତଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।