ଖୋର୍ଦ୍ଧାରେ ଜନତା କର୍ଫ୍ୟୁ ପ୍ରଭାବ

ଖୋର୍ଦ୍ଧା,ଏନ୍ଏନ୍ଏସ୍: କୋରୋନା ମୁକାବିଲା ପାଇଁ ଖୋର୍ଦ୍ଧାରେ ଜନତା କର୍ଫ୍ୟୁ ପାଳନ କରାଯାଇଛି। ଏ ନେଇ ଖୋର୍ଦ୍ଧା ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ତେବେ ଅତ୍ୟାବଶ୍ୟକ ପଡ଼ିଲେ ଲୋକେ ଘରୁ ବାହାରୁଛନ୍ତି।

ସଂକ୍ରମଣରୁ ଦୂରେଇ ରଖିବାକୁ ଲୋକଙ୍କୁ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଗତକାଲି ୫ ଜିଲ୍ଲାକୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିବାବେଳେ ଏଥିରେ ଖୋର୍ଦ୍ଧା ସହର ରହିଛି। ସେହିପରି ଜରୁରୀ ସେବା ଉପଲବ୍ଧ ରହିଛି।