ଜନ ଶୁଣାଣି ଶିବିରକୁ ଆସିଲେନି ହିର୍ମାା ପଂଚାୟତର ୫ଟି ଗ୍ରାମ

ଝାରସୁଗୁଡ଼ା, ଏନ୍ଏନ୍ଏସ୍ :ଝାରସୁଗୁଡ଼ା ଜିଲ୍ଲା କୁମ୍ଭାରୀ,ତରେଇକେଲା,ହିର୍ମା,ଲୁହୁରେନ କଚ୍ଚା, ଓ ତୁମ୍ଭେ କେଲା ରେ ହେବାକୁ ଥିବା ନେଭେଳି ଲିଗ ନାଇଟ କର୍ପୋରେସନ ୩୨୦୦ ମେଗାୱାଟ ବିଶିଷ୍ଟ ତାପଜ ବିଦୂତ କେନ୍ଦ୍ର କୁ ମଙ୍ଗଳବାର ଜିଲ୍ଲା ପ୍ରଶାସନ ତରଫରୁ ହେବାକୁ ଥିବା ସମାଜିକ ପ୍ରଭାବ ଅକଲନ ସର୍ବେକ୍ଷଣ ବିବରଣୀ ଆୟୋଜନ କରାଯାଇଥିଲା। ହେଲେ ଏହି ଜଣ ଶୁଣାଣି କୁ ହିର୍ମା ପଞ୍ଚୟତର ପାଞ୍ଚୋଟି ଗ୍ରାମ ଏହାକୁ ବିରୋଧ କରୁଛନ୍ତି। ତାହା ସହ ଜନ ଶୁଣାଣି କୁ ଆସିବାକୁ ମନା କରିଦେଇଛନ୍ତି। କିଛି ଅପ୍ରତିକର ପରିସ୍ଥିତି ପାଇଁ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ୱେ ପଞ୍ଚୟତ ବସି ଜନଶୁଣାଣିକୁ ବିରୋଧ କରିଛନ୍ତି ।

ସେମାନେ କହିଛନ୍ତି ପ୍ରଦୂଷଣର ଶିକାର ହେଉଛି ସମ୍ପୂର୍ଣ ଝାରସୁଗୁଡା ସହର । ପଞ୍ଚଯାତ ଆଖପାଖରେ ଥିବା ଅନ୍ୟ କାରଖାନା ଗୁଡିକ ଏଠିକାର ଜଳବାୟୁ ପ୍ରଦୂଷିତ କରି ସାରିଲେଣି । ତେଣୁ ଏହି ଅଂଚଳ ରେ ଆହୁରି କାରଖାନା ତିଆରି ହବକୁ ଦିଆ ଯିବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । କାରଖାନା ତିଆରି କରିବା ପାଇଁ ମୋଟ ୧୨୨୧ ହେକଟର ଜମି ଆବଶ୍ୟକତା ଥିବା ବେଳେ ୧୭୮.୬୫ ହେକଟର ସରକାରୀ ଜମି ଚିହ୍ନଟ ହୋଇଛି । ବାକି ରହିଥବା ୧୦୪୨ହେକଟର ଜମି ହିର୍ମା ପଞ୍ଚଯାତ ର ୫ ଟି ଗାଁରୁ ଜମି ଅଧିଗ୍ରହଣ କରିବା ପାଇଁ ଯୋଜନା ଚାଲିଛି । ଏହି କାରଖାନା ସ୍ଥାପିତ ହେଲେ ପଞ୍ଚଯାତ ର ୭୬୨ ପରିବାର ବିସ୍ଥାହାର ହୋଇଯିବ ବୋଲି ଗ୍ରାମବସୀ କହୁଛନ୍ତି।