ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । କିଶତବାଡ଼ରୁ ଜମ୍ମୁ ଯାଉଥିବା ଏକ ବସ୍ ସଡ଼କରୁ ଖସି ଡୋଡ଼ା ଜିଲ୍ଲାର ଅସାର କ୍ଷେତ୍ରରେ ୨୫୦ ମିଟର ତଳେ ଥିବା ଆଉ ଏକ ସଡ଼କକୁ ଖସିଯାଇଛି । ଉକ୍ତ ବସରେ ମୋଟ ୪୦ ଜଣ ଯାତ୍ରୀ ଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ୩୬ ଜଣଙ୍କ ମୃତ୍ୟୁ ଘଟିସାରିଛି । ଆହତଙ୍କୁ ଆବଶ୍ୟକତା ଅନୁସାରେ ଜିଲ୍ଲା ହସ୍ପିଟାଲ କିଶତବାଡ଼ ଓ ଜେଏମସୀ ଡୋଡ଼ାକୁ ସ୍ଥାନାନ୍ତର କରାଯାଇଛି । ଅଧିକ ଗୁରୁତରଙ୍କୁ ସ୍ଥାନାନ୍ତର କରିବା ପାଇଁ ହେଲିକପ୍ଟର ବ୍ୟବହାର କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି ।