କାଶ୍ମୀରରେ ପୁଲଓ୍ୱାମା ଭଳି ଆକ୍ରମଣ ଯୋଜନା ହେଲା ପଣ୍ଡ

ନୂଆଦିଲ୍ଲୀ,ଏଜେନ୍ସି: କାଶ୍ମୀରରୁ ଟଳିଲା ପୁଲଓ୍ୱାମା ପରି ବଡ଼  ଆତଙ୍କବାଦୀ ଆକ୍ରମଣ। ଏହି ବଡ଼ ଆକ୍ରମଣକୁ ପଣ୍ଡ କରିଛନ୍ତି  ସୁରକ୍ଷାବଳ। ଜମ୍ମୁ କାଶ୍ମୀରରେ ଗୁରୁବାର ଦିନ  ପୁଲଓ୍ୱାମା ପରି  ଆତଙ୍କୀ ଆକ୍ରମଣା ସଡଯନ୍ତ୍ର ରଚା ଯାଇଥିଲା। ପୁଲଓ୍ୱାମା ନିକଟରେ ଥିବା ଏକ ସୈଣ୍ଟ୍ରୋ  ଗାଡି ରେ ଆଇଇଡି ପ୍ଲାଣ୍ଟ କରାଯାଇଥିଲା। ଏହକୁ ସମୟ ପୂର୍ବରୁ ଚିହ୍ନଟ କରାଯାଇ ବମ୍‌ ନିସ୍କ୍ରିୟକାରୀ ଏହାକୁ ନିଷ୍କ୍ରିୟ କରିଥିଲେ।

ପୁଲଓ୍ୱାମା ପୋଲିସ୍‌, ସିଆରପିଏଫ ଏବଂ ଆର୍ମିର ମିଳିତ ଉଦ୍ୟମରେ ଆଇଇଡି ରଖାଯାଇଥିବା ଗାଡିର ଚିହ୍ନଟ କରାଯାଇଥିଲା। ପରେ ବମ୍‌ ନିସ୍କ୍ରିୟକାରୀଙ୍କୁ ଡାକି  ଆଇଇଡିକୁ  ସମୟ ପୂର୍ବରୁ  ନିସ୍କ୍ରିୟ କରାଯାଇଥିଲା। ତେବେ କୁହାଯାଉଛି ଯେ ଏହି ସଡଯନ୍ତ୍ର ପଛରେ  ହିଜ୍ଜବୁଲ ମୁଜାହିଦ୍ଦିନର ସଙ୍ଗଠନ ସାମିଲ ଅଛି।

ଏହା ପୂର୍ବରୁ ଗତ ବର୍ଷ  ପୁଲଓ୍ୱମାରେ ଆତଙ୍କୀ ଆକ୍ରମଣ କରାଯାଇଥିଲା। ସେତେବେଳେ ମଧ୍ୟ ଏହି ଧରଣର ସଡଯନ୍ତ୍ର ରଚାଯାଇଥିଲା।  ଯେଉଁଥିରେ ଏକ ଗାଡିରେ ବମ୍‌ ରଖା ଯାଇଥିଲା ଏବଂ  ଉକ୍ତ ଗାଡିକୁ ସିଆପିଏଫର  କ୍ୟାମ୍ପରେ ପସାଇ ଦିଆଯାଇଥିଲା। ଫେବୃଆରୀ ୨୦୧୯ ରେ ହୋଇଥିବା ସେହି ଆତଙ୍କୀ ଆକ୍ରମଣରେ  ପାଖାପାଖି ୪୫ ଯବାନ ସହିଦ ହୋଇଥିଲେ।