ଆରମ୍ଭ ହେଲା ଜାମ୍ମୁ କାଶ୍ମୀରରେ ପୋଷ୍ଟପେଡ ମୋବାଇଲ ସେବା

ନୂଆଦିଲ୍ଲୀ,ଏଜେନ୍ସି: ଜାମ୍ମୁ ଓ କାଶ୍ମୀରରେ ସୋମବାର ଠାରୁ ପୋଷ୍ଟପେଡ ମୋବାଇଲ ସେବା ଆରମ୍ଭ କରାଯାଇଛି। ଜାମ୍ମୁ ଓ କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରତ୍ୟାହାର କରାଯିବା ପୂର୍ବରୁ ଅଗଷ୍ଟ ୫ରେ ସେଠାକାର ସମସ୍ତ ମୋବାଇଲ ସେବାକୁ ବନ୍ଦ କରିଦିଆଯାଇଥିଲା।

ଆଜି ଠାରୁ ସେଠାରେ ପୋଷ୍ଟପେଡ ମୋବାଇଲ ଆରମ୍ଭ ହୋଇଛି। ଅନ୍ୟପଟେ ପ୍ରିପେଡ଼ ମୋବାଇଲ ଓ ଇଣ୍ଟରନେଟ ସେବା ଉପରେ କଟକଣା ଜାରି ରହିବ। ସେହିପରି ମୋବାଇଲରେ ଦ୍ୱନ୍ଦ ସୃଷ୍ଟି କରୁଥିବା ଉପଭୋକ୍ତାଙ୍କ ଉପରେ କଡା ନଜର ରଖାଯିବ ବୋଲି ସ୍ଥାନୀୟ ପ୍ରସାନ ପକ୍ଷରୁ ସୂଚନା ମିଳିଛି।