ଜଳେଶ୍ୱର ମୁନିସପାଲିଟିକୁ ୩ ଦିନ ସଟଡାଉନ କଲେ ଜିଲ୍ଲାପାଳ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲାରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମୁଖ୍ୟତଃ ଜଳେଶ୍ୱରରେ କରୋନା ସଂକ୍ରମଣ ଅଧିକ ଥିବାରୁ ଆଜି ସନ୍ଧ୍ୟା ୫ଟାରୁ ୧୭ ତାରିଖ ସକାଳ ୫ଟା ଯାଏ ଜଳେଶ୍ୱର ମୁନିସପାଲିଟିକୁ ଜିଲ୍ଲାପାଳ ସଟଡାଉନ ଘୋଷଣା କରିଛନ୍ତି।

ଏହି ସଟଡାଉନ ସମୟରେ ସେଠାରେ କଣ୍ଟାକ୍ଟଟ୍ରେସିଂ କରାଯିବା ସହ ମୁନିସପାଲିଟି ଅଞ୍ଚଳର ସମସ୍ତ ୱାର୍ଡକୁ ସାନିଟାଇଜ କରାଯିବ। ସେହିପରି କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଛି। ତେବେ ଯଦି କୌଣସି ବ୍ୟକ୍ତି ଏହି ନିୟମର ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।