ବାଲେଶ୍ୱର,ଏନ୍ଏନ୍ଏସ୍: ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର। ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବାଲେଶ୍ୱର ଜିଲ୍ଲା ବସ୍ତା ଅନ୍ତର୍ଗତ ମଥାନୀଠାରେ ବିପଦ ସଂକେତ ଟପିଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ। ବସ୍ତା ଓ ବାଲେଶ୍ୱର ସଦର ବ୍ଲକର ବିଭିନ୍ନ ପଞ୍ଚାୟତର ତଳି ଅଞ୍ଚଳରେ ଥିବା ଗାଁରେ ଜଳକାର ପାଣି ପଶିଛି। ରାସ୍ତାରେ ଓ ଲୋକଙ୍କ ଘରେ ପଶିଛି ପାଣି ମଥାନୀଠାରେ ଏବେ ୬.୦୨ ମିଟର ଜଳସ୍ତର ରହିଛି। ଏଠାରେ ଜଳକାର ବିପଦ ସଙ୍କେତ ସ୍ତର ରହିଛି ୫.୫୦ ମିଟର। ଆଜି ବାଲେଶ୍ୱର ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ଜଳକାର ଜଳସ୍ତର ବଢ଼ିବା ଆଶଙ୍କା କରାଯାଉଛି।