ବସ୍ତା,ଏନ୍ଏନ୍ଏସ୍: ଲଗାଣ ବର୍ଷା ଯୋଗୁଁ ଜଳେଶ୍ଵର ବସ୍ତା ବ୍ଲକ ମଥାନିର ଜଳକା ନଦୀରେ ପୁଣି ଜଳସ୍ତର ବିପଦ ସଙ୍କେତ ଟପିଛି। ନଦୀରେ ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ଜଳସ୍ତର ୬.୬ ମିଟର ରହିଛି। ଫଳରେ ତଳିଆ ଅଞ୍ଚଳ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ସେହିପରି ୨ ଦିନିଆ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ସ୍ଥିତି ବେହାଲ। ବୈତରଣୀ ନଦୀର ଜଳସ୍ତର ବଢୁଛି। ଆଖୁଆପଦା ଠାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବାବେଳେ ସକାଳ ସୁଦ୍ଧା ଜଳସ୍ତର ୧୭.୫୬ ମିଟର ରହିଛି। ଘଣ୍ଟାକୁ ୦.୮୯ ମିଟରରେ ଜଳସ୍ତର ବଢିବାକୁ ଲାଗିଛି। ବିଭିନ୍ନ ତଳିଆ ଅଞ୍ଚଳ ଚାଷ ଜମିରେ ବର୍ଷା ପାଣି ଜମି ରହିଛି।