ବହୁ ଚର୍ଚ୍ଚିତ ରେସମା ବେଗମ ଧର୍ଷଣ ଓ ହତ୍ୟା ମାମଲା : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ବଲାଂଗୀର,ଏନଏନଏସ- ବଲାଂଗୀର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ଡୁମେର ବାହାଲ ଜଙ୍ଗଲରେ ୨୦୧୩ ମସିହାରେ ରେସମା ବେଗମ ନାମ୍ନି ଜଣେ ମହିଳାଙ୍କୁ ପ୍ରଥମେ ବଳତ୍କାର ଓ ପରେ ହତ୍ୟା କରା ଯାଇଥିଲା । ସେହି ମାମଲାର ବିଚାର କରି ଆଜି ଟିଟିଲାଗଡ ଏଡିଜେ ରାକେଶ ନାୟକ ଅଭିଯୁକ୍ତ ପ୍ରତାପ ଗହୀରଙ୍କୁ ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି ।