ହତ୍ୟାକାରୀ ଦୁଇଭାଇଙ୍କୁ ଆଜୀବନ କାରାଦଣ୍ଡ

ବାଲିଗୁଡା,ଏନ୍ଏନ୍ଏସ୍ :ଏକ ହତ୍ୟା ମାମଲାରେ ବିଚାର କରି ସୋମବାର ମାନ୍ୟବର ଜିଲ୍ଲାଦୌରା ଜଜ ଶ୍ରୀ ଅରବିନ୍ଦ ପଟ୍ଟନାୟକଙ୍କ ଖଣ୍ଡପୀଠରେ ଅଭିଯୁକ୍ତ ଦୁଇ ଭାଇଙ୍କୁ ଦୋଷୀ ସାବସ୍ତ୍ୟ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବିରନ୍ଦ୍ରେ ଓରଫ କ୍ଷୀର ମାଝୀ ଓ ତାର ସାନଭାଇ ରାଜୁ ମାଝୀ ଗତ ତା୧୩/୪/୨୦୧୬ରିଖ ଦିନ ରାତିରେ ବିରେନ୍ଦ୍ରର ଶ୍ୱଶୁର ଡଲୁ ମାଝୀକୁ ଡୁନାପଡା(ଗାର୍ମେଲ) ଗ୍ରାମରେ ହତ୍ୟା କରିଥିଲେ ଏବଂ ଡଲୁ ମାଝୀର ମୃତ ଶରୀରକୁ ଲୁଚାଇ ଦେଇଥିଲେ। ଯାହା ପରବର୍ତି ସମୟରେ ବେଲଘର ଥାନାରେ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାକୁ ସୋମବାର ବିଚାର କରି ମାନ୍ୟବର ଜିଲ୍ଲା ଦୌରାଜର୍ଜ ଅଭିଯୁକ୍ତ ଦୁଇଭାଇଙ୍କୁ ଦୋଷି ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ଅତିରିକ୍ତ ପିପି ସୁଧାଂଶୁ ମୋହନ ପତି କେସ ପରିଚାଳନା କରିଥିଲେ।