ପଂଚାୟତ ସାରା ବୁଲିବୁଲି ସାନିଟାଇଜ କରୁଛନ୍ତି ସରପଂଚ

ଝାରସୁଗୁଡା,ଏନ୍ଏନ୍ଏସ୍ : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ମାସ୍କ ପରିଧାନ, ସାମାଜିକ ଦୂରତା ଅବଳମ୍ବନ, ନିଜ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପରାମର୍ଶ ଦେଉଛନ୍ତି। ସରକାରଙ୍କ ଏହି ପରାମର୍ଶକୁ ଲୋକଙ୍କ ପାଖକୁ ପହଂଚାଇବା ସହ ପଂଚାୟତ ସାରା ବୁଲି ବୁଲି ରାଜପୁର ପଂଚାୟତର ସରପଂଚଞ୍ଚଜତିନ କୁମାର ଦେଓ ନିଜେ ସାନିଟାଇଜ ସ୍ପ୍ରେ କରୁଛନ୍ତି । ସେ ନିଜ ଟଙ୍କାରେ ସ୍ପ୍ରେ କିଣି ପଂଚାୟତର ପ୍ରତ୍ୟେକ ଗାଁ, ଗଳି କନ୍ଦି ଓ ବିଦ୍ୟାଳୟକୁ ସାନିଟାଇଜ କରି ସଫା ସୁତୁରା ରଖୁଛନ୍ତି। ଏହାସହ ପ୍ରତିଦିନ ଲୋକଙ୍କୁ ମାସ୍କ ପରିଧାନ, ସାମାଜିକ ଦୂରତା ଅବଳମ୍ବନ କରିବା ପାଇଁ ସଚେତନ କରୁଛନ୍ତି। ନିଜେ କାହିଁକି ସାନିଟାଇଜ ସ୍ପ୍ରେ କରୁଛନ୍ତି ବୋଲି ଶ୍ରୀ ଦେଓଙ୍କୁ ପଚାରିବାରୁ କହିଛନ୍ତି ଆମେ ସୁରକ୍ଷିତ ରହିଲେ ଭାରତ ସୁରକ୍ଷିତ ରହିବ ଏବଂ କରୋନା ମହାମାରୀକୁ ପ୍ରତିହତ କରି ହେବ। ଏହାସହ ତାଙ୍କର ଏହି ଉଦ୍ୟମ ପରେ ପଂଚାୟତବାସୀ ସ୍ଥାନୀୟ ଅଂଚଳକୁ ସଫା ସୁତୁରା ରଖିବା ସହ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଛନ୍ତି। ତେଣୁ ନିଜ ଅଂଚଳକୁ ସାନିଟାଇଜ କରିବା ଦାୟିତ୍ୱ ସରକାରଙ୍କ ଅଥବା ଜିଲ୍ଲା ପ୍ରଶାସନ ମୁଣ୍ଡରେ ଲଦି ନ ଦେଇ ନିଜେ କରୁଛନ୍ତି ବୋଲି ସେ କହିଛନ୍ତି ।