୯ମାସର ଗର୍ଭତୀଙ୍କୁ ସହଯୋଗର ହାତ ବଢ଼ାଇଲେ ପୁଲିସ୍

ଝାରସୁଗୁଡା,ଏନ୍ଏନ୍ଏସ୍ : ଲକ ଡାଉନ ଯୋଗୁ କାମ ଧନ୍ଧା ହରାଇ ଅନେକ ପ୍ରବାସୀ ଘରକୁ ଫେରୁଛନ୍ତି। ସରକାର ଅନେକଙ୍କ ପାଇଁ ବସ ପଠାଉଛନ୍ତି। ଅନେକ ଚାଲିଚାଲି ହଜାର ହଜାର କିଲୋମିଟର ଦୂର ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି। ଆଜି ଏହି ପରି ଏକ ଘଚଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାରେ। ଆଜି ମୁମ୍ବାଇରୁ ବେଲେଶ୍ୱର ଯାଉଥିବା ୯ ମାସର ଗର୍ଭବତୀ ଓ ତାଙ୍କ ସ୍ୱାମୀ ଆସି ଏକ ଟ୍ରକରୁ ଝାରସୁଗୁଡା ଜିଲ୍ଲା ପ୍ରସନ୍ନ ପଣ୍ଡା ଛକ ଠାରେ ଓହ୍ଲାଇଥିଲେ। ଝାରସୁଗୁଡ଼ା ପୁଲିସ ଏହି ଦମ୍ପତିଙ୍କୁ ଉଦ୍ଧାର କରି ତାଙ୍କୁ ଖାଦ୍ୟପେୟ ପ୍ରଦାନ କରିବା ସହିତ ତାଙ୍କୁ ବାଲେଶ୍ୱର ପଠାଇବାର ବ୍ୟବସ୍ଥା କରିଥିଲେ ।

ସୂଚନା ଅନୁଯାୟୀ, ଲକଡ଼ାଉନ ପାଇଁ କାମ ବନ୍ଦହେବାପରେ ମୁମ୍ବାଇରେ ରହୁଥିବା ବାଲେଶ୍ୱର ଜିଲ୍ଲାର ଏହି ଦମ୍ପତି ଚାଲି ଚାଲି ଘରକୁ ବାହାର ଥିଲେ। ହେଲେ ବାଟରେ ଆସୁଥିବା ଟ୍ରକ, ପିକଅପ ପରି ଅନେକ ଗାଡିରେ ଟଙ୍କା ଦେଇ ଝାରସୁଗୁଡ଼ା ପହଂଚିଥିଲେ। ଏହାପରେ ଝାରସୁଗୁଡା ପୁଲିସ ଉଭୟ ଦମ୍ପତିଙ୍କୁ ସ୍କ୍ରନିଙ୍ଗ କରିବାସହ ମହିଳା ଜଣଙ୍କ ୯ ମାସର ଗର୍ଭବତୀ ଥିବାରୁ ତାଙ୍କୁ ବାଲେଶ୍ୱର ଯିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପ୍ରକାଶଯୋଗ୍ୟଯେ, ରାସ୍ତାରେ ଚାଲି ଚାଲି ଆସୁଥିବା ଅନେକ ଶ୍ରମିକଙ୍କୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଉଦ୍ଧାରକରି ଖାଦ୍ୟପେୟର ବ୍ୟବସ୍ଥା କରିବା ସହିତ ତାଙ୍କର ଗନ୍ତବ୍ୟ ସ୍ଥଳକୁ ମଧ୍ୟ ପଠାଉଛି ।