ଶ୍ରୀମନ୍ଦିର ସଂସ୍କାର ମାମଲା, ରିପୋର୍ଟ ଦାଖଲ ପାଇଁ ୨ ସପ୍ତାହ ସମୟ ମାଗିଲେ ଆମିକସ କ୍ୟୁରୀ

ପୁରୀ ଶ୍ରୀ ମନ୍ଦିରର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୁରୀ ଆସି ଅନୁଧ୍ୟାନ କରି ଯାଇଥିବା ଆମିକସ କ୍ୟୁରୀଙ୍କୁ ବିକାଶ କାର୍ଯ୍ୟ ତଦାରଖ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆମିକସ୍‌କ୍ୟୁରୀ ୨ ସପ୍ତାହ ସମୟ ମାଗିଛନ୍ତି। ସେହିପରି ଅକ୍ଟୋବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ୨ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କ ଓକିଲ ଆସି ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାଯାଇଛି ।

ସୂଚନା ଅନୁସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱଉଚ୍ଛେଦ କାମ ଚାଲିଥିବାବେଳେ ଏହାର ଅନୁଧ୍ୟାନ କରିବା ପାଇଁ ଗତ ୭ ତାରିଖରେ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୁରୀ ଆସିଥିଲେ । ଏ ନେଇ ଗଜପତି ଦିବ୍ୟସିଂହ ଦେବଙ୍କୁ ଭେଟି ଆଲୋଚନା କରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏବଂ ଏହାକୁ ଆମିକସ୍‌ କ୍ୟୁରୀ କ୍ଲିନ୍‌ଚିଟ୍ଦେଇଥିଲେ।