ପୁରୀ ଶ୍ରୀ ମନ୍ଦିରର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୁରୀ ଆସି ଅନୁଧ୍ୟାନ କରି ଯାଇଥିବା ଆମିକସ କ୍ୟୁରୀଙ୍କୁ ବିକାଶ କାର୍ଯ୍ୟ ତଦାରଖ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆମିକସ୍କ୍ୟୁରୀ ୨ ସପ୍ତାହ ସମୟ ମାଗିଛନ୍ତି। ସେହିପରି ଅକ୍ଟୋବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ୨ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କ ଓକିଲ ଆସି ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାଯାଇଛି ।
ସୂଚନା ଅନୁସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱଉଚ୍ଛେଦ କାମ ଚାଲିଥିବାବେଳେ ଏହାର ଅନୁଧ୍ୟାନ କରିବା ପାଇଁ ଗତ ୭ ତାରିଖରେ ଆମିକସ୍ କ୍ୟୁରୀ ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୁରୀ ଆସିଥିଲେ । ଏ ନେଇ ଗଜପତି ଦିବ୍ୟସିଂହ ଦେବଙ୍କୁ ଭେଟି ଆଲୋଚନା କରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏବଂ ଏହାକୁ ଆମିକସ୍ କ୍ୟୁରୀ କ୍ଲିନ୍ଚିଟ୍ଦେଇଥିଲେ।