ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ରାଉତଙ୍କ ଶୁକ୍ରବାର ଅପରାହ୍ଣରେ ୭୭ବର୍ଷ ବୟସରେ ପରଲୋକ ହୋଇଛି। ଭୁବନେଶ୍ୱରର କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଜଗନ୍ନାଥ ରାଉତ ଦୀର୍ଘଦିନ ଧରି ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଭଦ୍ରକ ଜିଲ୍ଲାର ଧୁଷୁରୀ ବ୍ଲକର ନରସିଂହପୁର ଗାଁରେ ତାଙ୍କର ଜନ୍ମ ହୋଇଥିଲେ। ଜଗନ୍ନାଥ ଭଦ୍ରକ ଜିଲ୍ଲାର ଧାମନଗର ଆସନରୁ ୩ ଥର କଂଗ୍ରେସ ବିଧାୟକ ଥିଲେ । ସେ ଅଷ୍ଟମ, ନବମ ଓ ଏକାଦଶ ବିଧାନସଭାରେ ଧାମନଗର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିଥିଲେ। ଜଗନ୍ନାଥ ରାଉତ ରାଜ୍ୟର ଶିଳ୍ପ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ଜଗନ୍ନାଥ ୧୯୮୯ରୁ ୧୯୯୦ ଯାଏଁ ଶିଳ୍ପ ମନ୍ତ୍ରୀ, ୧୯୯୫ରୁ ୧୯୯୮ ମସିହା ଯାଏଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ୧୯୯୮ରୁ ୧୯୯୯ ଯାଏଁ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ସେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା କଂଗ୍ରେସର ସଭାପତି ଦାୟିତ୍ବ ବି ନିବର୍ବାହ କରିଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି