ସପ୍ତାହ ମଧ୍ୟରେ ଜଗା-ବଳିଆ ଓଡ଼ିଶା ଫେରିବେ

ଭୁବନେଶ୍ୱର,୨୭ା୮/ଏନ୍ଏନ୍ଏସ୍:ସେମାନଙ୍କୁ ଦିଲ୍ଲୀ ଏମ୍ସରୁ ଏସସିବିକୁ ସ୍ଥାନାନ୍ତର କରାଯିବ। ଏ ନେଇ ଏସସିବିରେ ଉଭୟ କ୍ୟାବିନ ଓ ଡାକ୍ତର ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି। ଏମ୍ସର ନିଷ୍ପତ୍ତିରେ କିଛିଟା ବିଳମ୍ବ ହେଉଥିବାରୁ ସରକାର ଏହି ପ୍ରସ୍ତୁତି କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଥମେ ଦିଲ୍ଲୀ ଏମ୍ସ ତରଫରୁ ଜଗା-ବଳିଆଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା। ଏ ନେଇ ରାଜ୍ୟ ସରକାର ଭୁବନଶ୍ୱର ଏମ୍ସ ସହ ଯୋଗାଯୋଗ କରିଥିଲେ, ହେଲେ ଭୁବନେଶ୍ୱର ଏମ୍ସ ଜଗା-ବଳିଆଙ୍କୁ ରଖି ଚିକିତ୍ସା କରିବାକୁ ରୋକଠୋକ ମନା କରିଦେବାରୁ ଏସସିବିରେ ଜଗା ବଳିଆଙ୍କ ଚିକିତ୍ସା କରିବାକୁ ନିଷ୍ପତ୍ତି ନିଆଯାଇଛି ।