ଏସସିବି ମେଡ଼ିକାଲ କଟକରେ ପହଞ୍ଚିଲେ ଜଗା-ବଳିଆ

କଟକ,ଏନ୍ଏନ୍ଏସ୍: ଆଜି ଅପରାହ୍ଣରେ ଦିଲ୍ଲୀ ଏମ୍ସରୁ ଆସି ଏସସିବି ମେଡ଼ିକାଲରେ ପହଞ୍ଚିଛନ୍ତି ଜଗା ବଳିଆ। ତାଙ୍କ ସହିତ ବାପା ମା’ ଓ ଏମ୍ସର ଏକ ଡାକ୍ତର ଟିମ୍ ଆସିଥିଲେ। ତେବେ ଶିଶୁଟିର ଚିକିତ୍ସ ପାଇଁ ଏସସିବିରେ ଏକ ସ୍ପେଶାଲ ୟୁନିଟ ପ୍ରସ୍ତୁତ କରାଯାଇଛି। ସେହିପରି ସେମାନଙ୍କ ତଦାରଖ କରିବା ପାଇଁ ଏକ ୧୪ ଜଣିଆ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି।