ଚର୍ଚ୍ଚାରେ ଜ୍ୟାକଲିନଙ୍କ ଟାଟୁ

ଇଣ୍ଟରନେଟରେ ଡାନ୍ସ ଭିଡିଓ ସେୟାର୍ କରି ଖୁବ୍ ପ୍ରଶଂସା ସାଉଁଟୁଥିବା ବଲିଉଡ୍ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଏବେ ଟାଟୁକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଜ୍ୟାକଲିନଙ୍କର ଏ ସମ୍ପର୍କିତ ଏକ ଭିଡିଓ ବର୍ତ୍ତମାନ ଖୁବ୍ ଜୋର୍ ରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଜ୍ୟାକଲିନ୍ ତାଙ୍କର ପ୍ରଥମ ଟାଟୁ ପ୍ରଦର୍ଶିତ କରୁଥିବା ଦେଖିବାକୁ ମିଳିଛି। ଜ୍ୟାକ୍ଲିନ୍ ନିଜେ ଏ ଭିଡିଓଟିକୁ ତାଙ୍କର ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ସେୟାର୍ କରିଛନ୍ତି। ନିଜର ପ୍ରଥମ ଟାଟୁକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ଜ୍ୟାକଲିନ।

ଭିଡିଓରେ ନିଜର ବାନ୍ଧବୀମାନଙ୍କ ସହିତ ଜ୍ୟାକଲିନ ଟାଟୁ ବନାଉଥିବା ଦେଖିବାକୁ ମିଳୁଛି। ଫ୍ୟାନ୍ ମାନେ ମଧ୍ୟ ଜ୍ୟାକଲିନଙ୍କ ଏ ଟାଟୁ ପ୍ରଦର୍ଶନ ଭିଡିଓକୁ ଜମେଇକି ଲାଇକ୍, କମେଣ୍ଟ କରୁଛନ୍ତି। ଏ ଭିଡିଓଟି ସେୟାର୍ କରିବା ସହିତ କ୍ୟାପସନରେ ‘ପହଲି ବାର୍ ଟାଟୁ’ ବୋଲି ଲେଖିଛନ୍ତି ଜ୍ୟାକଲିନ। ବ୍ରା ଲାଇନରେ ଏଇ ପ୍ରଥମ ଟାଟୁ କରିଛନ୍ତି ଜ୍ୟାକଲିନ। ଖୁବ୍ ଖୁସିରେ ସେ ସେଇ ଟାଟୁକୁ ଦେଖାଉଥିବା ଦେଖିବାକୁ ମିଳିଛି ଭିଡିଓରୁ।

ଫିଲ୍ମ ‘ଅଲ୍ଲାଦିନ୍’ ଜରିଆରେ ବଲିଉଡ୍ ରେ ଏଣ୍ଟ୍ରି କରିଥିଲେ ଜ୍ୟାକଲିନ। ଏଥିରେ ତାଙ୍କର ହିରୋ ଥିଲେ ରୀତେଶ ଦେଶମୁଖ। ସଲମାନଙ୍କ ସହିତ ‘କିକ୍’ ଫିଲ୍ମରୁ ହିଁ ଅଧିକ ଲୋକପ୍ରିୟତା ଲାଭ କରିଥିଲେ ସେ। ଖୁବ୍ ଶୀଘ୍ର ସୁଶାନ୍ତ ସିଂହ ରାଜପୁତଙ୍କ ସହ ‘ଡ୍ରାଇଭ୍’ ଫିଲ୍ମରେ ଦେଖିବାକୁ ମିଳିବେ ଜ୍ୟାକଲିନ।