ମୁମ୍ବାଇ: ମନୀ ଲଣ୍ଡ୍ରିଂ ସହ ଜଡ଼ିତ ଏକ ମାମଲାରେ ଜେରା ପାଇଁ ଫିଲ୍ମ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଆଜି ଇଡି ଅଫିସରେ ହାଜର ହୋଇଛନ୍ତି। ଏହାପୂର୍ବରୁ ଅକ୍ଟୋବର ୧୬ ତାରିଖରେ ଇଡି ଅଫିସରେ ହାଜର ହେବା ପାଇଁ ତାଙ୍କୁ ସମନ ପଠାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ପହଂଚିନଥିଲେ। ପରେ ଇଡି ତରଫରୁ ୧୮ରେ ହାଜିର ହେବାକୁ କୁହାଯାଇଥିଲେ ମଧ୍ୟ ସେ ଯାଇନଥିଲେ।
ସୂଚନାଯୋଗ୍ୟ, ଇଡି କଥିତ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡ୍ରିଂ ମାମଲାରେ ଯାଞ୍ଚ କରିବା ପାଇଁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚୁରା କରୁଛି। ଏହା ମାମଲାରେ ଜ୍ୟାକଲିନ ପୂର୍ବରୁ ଅଗଷ୍ଟରେ ହାଜିର ହୋଇଥିଲେ।