ଏବେ ଭାରତରେ ପୁଞ୍ଜି ବିନିଯୋଗ କରିବାର ସର୍ବୋତ୍ତମ ସମୟ: ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ବ୍ୟାଙ୍ଗକକ୍ ଠାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସୂବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସମ୍ପ୍ରଦାୟଙ୍କୁ ଭାରତରେ ଅର୍ଥ ବିନିଯୋଗ କରିବା ପାଇଁ କହିଥିଲେ। ଏଥିସହ ଏହି ବିନିଯୋଗରେ ନୂଆଦିଲ୍ଳୀ ହେଉଛି ଅନ୍ୟତମ ପ୍ରକୃଷ୍ଟ ସ୍ଥଳୀ। ପ୍ରଧାନମନ୍ତ୍ରୀ କହିଲେ ଅନାୟାସରେ ବାଣିଜ୍ୟ କରିବା ଲକ୍ଷ୍ୟ ନେଇ ବ୍ୟବସ୍ଥାରେ ନିରବଚ୍ଛିନ୍ନ ଉନ୍ନତି ଆଣୁଥିବା ବାଣିଜ୍ୟ ସମ୍ପ୍ରଦାୟଙ୍କୁ ଭାରତ ବାହୁ ମେଲାଇ ସ୍ୱାଗତ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ତିନିଦିନିଆ ଥାଇଲାଣ୍ଡ୍‌ ଗସ୍ତରେ ଅଛନ୍ତି। ସେଠାରେ ମଧ୍ୟ ସେ ଆଜି ଆସିଆନ୍‌ ଶିଖର ବୈଠକରେ ଯୋଗ ଦେବେ।

ସେହିପରି ଭାରତ ଆସିବାକୁ ଏହା ହିଁ ପ୍ରକୃଷ୍ଟ ସମୟ ବୋଲି କହିଥିଲେ। ଏହି କ୍ଷେତ୍ରରେ କେତେକଙ୍କ ଉତଥାନ ଘଟୁଥିବାବେଳେ ଅନ୍ୟମାନଙ୍କର ପତନ ଘଟୁଛି। ସୁରୁଖୁରୁରେ ବାଣିଜ୍ୟ କରିବା, ଆରମରେ ବଞ୍ଚିବା, ଏଫ୍‌ଡିଆଇ, ଫରେଷ୍ଟ କଭର୍‌, ପେଟେଣ୍ଟ୍‌, ଉତ୍ପାଦନକ୍ଷମତା ଓ ଭିତ୍ତିଭୂମୀର ଉତ୍ଥାନ ଘଟୁଛି। ଟିକସ, ଟିକସ ହାର, ଅଧିକାରୀଙ୍କ କଟକଣା, ଦୁର୍ନୀତି ଓ ପରିବାରବାଦର ପତ୍ତନ ଘଟୁଛି।