ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ ନିଲମ୍ବିତ

ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନଙ୍କୁ ଏନଏସୟୁଆଇ ପ୍ରାଥମିତ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି। ସଂଗଠନରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ଏନଏସୟୁଆଇ ଜାତୀୟ ସମ୍ପାଦକ ମୋତହା ରୋହିତ ତାଙ୍କୁ ନିଲମ୍ବିତ କରିଛନ୍ତି।
ଗତ ୧୨ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଇତୀଶ ରାଜ୍ୟରେ କଂଗ୍ରେସ ଅଧଃପତନର ପ୍ରମୁଖ କାରଣ ନିରଞ୍ଜନ ବୋଲି କହିଥିଲେ। ନିରଞ୍ଜନ ନିଜ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ମିଶି ଦଳକୁ ବିଜେଡି ପାଖରେ ବିକ୍ରି କରିଛନ୍ତି। ନିଜ ପୁଅ ମାଧ୍ୟମରେ ସେ ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି ଇତୀଶ ଅଭିଯୋଗ କରିଥିଲେ। ଯେଉଁମାନେ ଦଳକୁ ବିକିବାକୁ ପ୍ରୟାସ କରିଛନ୍ତି ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆମେ ପଛଘୁଞ୍ଚା ଦେବୁନି ବୋଲି ସେ କହିଥିଲେ। ପ୍ରତ୍ୟୁତ୍ତରରେ ନିରଞ୍ଜନ ଇତୀଶଙ୍କ ମନ୍ତବ୍ୟ ପିଲାଳିଆମି ବୋଲି ଦର୍ଶାଇଥିଲେ। ଇତୀଶ ହତୋତ୍ସାହିତ ହୋଇ ଏପରି କଥା କହୁଛନ୍ତି। ସେ ବି ଗୋଟିଏ ଜାଗାରୁ ଲଢ଼ିଥିଲେ। ସେଠାରୁ ତାଙ୍କୁ ଯେତିକି ଭୋଟ୍ ମିଳିଛି ଏଥିପାଇଁ ସେ କାହାକୁ ଦୋଷ ଦେବେ ବୋଲି ନିରଞ୍ଜନ ପ୍ରଶ୍ନ କରିଥିଲେ।