କଂଗ୍ରେସରେ ରହିଛି ରହିବି, ପଦପଦବୀର ଆବଶ୍ୟକ ନାହିଁ

ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲେ ଇତୀଶ

ବିନା କାରଣ ଦର୍ଶାଅ ନୋଟିସରେ ମୋତେ କଂଗ୍ରେସ ଦଳରୁ ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ କରାଯାଇଛି। ଦଳର ସବୁ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଉପର ସ୍ତରରେ ଚାପ ପକାଇ ମୋତେ ବିଦା କରିଛନ୍ତି। ଏଥିରେ କେବଳ ନିରଞ୍ଜନ ସାମିଲ ନାହାନ୍ତି ବରଂ ଆହୁରି ଅନେକ ବଡ ବଡ ନେତା ସାମିଲ ଅଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ ହେବା ପରେ କିଛି ଏମିତି ଢ଼ଙ୍ଗରେ ବର୍ଷିଛନ୍ତି ଇତୀଶ ପ୍ରଧାନ।

ସେ କହିଛନ୍ତି ଯେ ନିଜ ଦୋଷ ଘଉଡାଇବା ପାଇଁ ଏ ସବୁ ପ୍ରାୟୋଜିତ ଅଟେ। ଗତ ସାଧାରଣ ନିର୍ବାଚନର କିଛି ଦିନ ପୂର୍ବରୁ କଂଗ୍ରେସ ଽନରେ କିଛି ଯୁବ ଗୋଷ୍ଠୀ ଗଣ୍ଡଗୋଳ କଲେ। ସେହି ସମୟରେ ସେଠାରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ବହୁ ବଡ ବଡ ଦଳୀୟ ନେତା ଉପସ୍ଥିତ ଥିଲେ। ଗଣ୍ଡଗୋଳକାରୀମାନେ ଘରର କବାଟ, ଝରକା ଓ ଆସବାବପତ୍ର ଭାଙ୍ଗିଲେ। ସେମାନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କଣ ପାଇଁ କାର୍ଯ୍ୟନୁଷ୍ଠାନ ନିଆଗଲା ନାହିଁ ବୋଲି ଇତୀଶ ପ୍ରଶ୍ନ କରିଛନ୍ତି।

ଏମାନଙ୍କର ବିଜେଡି ସହ ଭିତିରି ବୁଝାମଣା ରହିଛି। ମୁଁ କଂଗ୍ରେସ ପାଇଁ ୩ଥର ଜେଲ ଯାଇଛି। ମୋ ନାମରେ ୨୩ରୁ ଊଦ୍ଧ୍ୱର୍ ମାମଲା ରହିଛି। ଏସବୁ ମୁଁ କେବଳ ମୋ ଦଳ ପ୍ରତି ଭଲପାଇବା, ସମର୍ପଣ ତଥା ଦଳର ସଂଗଠନକୁ ମଜଭୁତ କରିବା ପାଇଁ କରିଛି। ମୁଁ ସତ ପାଇଁ ଲଢ଼େଇ କରିଛି ଏବଂ ଆଗକୁ କଂଗ୍ରେସ ପାଇଁ ଲଢ଼େଇ ଜାରି ରଖିବି। ଏଥିପାଇଁ ପଦପଦବୀର କୌଣସି ଆବଶ୍ୟକତା ନାହିଁ ଇତୀଶ କହିଛନ୍ତି।