ନୋବେଲ ଶାନ୍ତି ପୁରସ୍କାର ପାଇଁ ଇଥିଓପିଆ ପ୍ରଧାନମନ୍ତ୍ରୀ ମନୋନୀତ

ଇଥିଓପିଆ,ଏଜେନ୍ସି: ପଡୋଶୀ ରାଷ୍ଟ୍ର ଇରିଟ୍ରିଆ ସହିତ ସୀମା ବିବାଦ ସମାଧାନରେ ନିର୍ଣ୍ଣାୟକ ଭୂମିକା ପାଇଁ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦଙ୍କୁ ନୋବେଲ ଶାନ୍ତି ପୁରସ୍କାର ସମ୍ମାନ ମିଳିବ।

୨୦୧୯ ବର୍ଷ ପାଇଁ ଘୋଷଣା ହୋଇଛି ଏହି ନୋବେଲ୍ ଶାନ୍ତି ସମ୍ମାନ । ଏ ସମ୍ପର୍କରେ ନୋବେଲ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । ଇଥଓପିଆ ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲିଙ୍କୁ ଶାନ୍ତି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ । ପଡୋଶୀ ରାଷ୍ଟ୍ର ଇରିଟ୍ରିଆ ସହ ସୀମା ବିବାଦର ସମାଧାନ ପାଇଁ ସେ ନିର୍ଣ୍ଣାୟକ ଭୂମିକା ନେଇଥିଲେ ।

୧୯୯୮ରୁ ୨୦୦୦ ପର୍ୟ୍ୟନ୍ତ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିରହିଥିବାବେଳେ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମଦଙ୍କ ଲଗାତର ପ୍ରୟାସ ଯୋଗୁଁ ଗତବର୍ଷ ଜୁଲାଇରେ ୨ରାଷ୍ଟ୍ର ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି ।